ସ୍ବଭାଷା ବିରୋଧୀ

କେବେ ବି ପ୍ରସାରିତ ମତ ହୋଇ ନ ଥାଏ ବ୍ୟକ୍ତିଗତ କେବଳ ଜଣକ ସହିତ ଯାହା କରୁଁ ତା ବ୍ୟକ୍ତିସତ କୃତି ସହିତ ଯୋଡ଼ା ବ୍ୟକ୍ତି କୃତି ହିଁ ତାର ପରିଚିତି ସବୁ କାମରେ ଖୋଜି ଖୁଣ ମତକୁ କିଆଁ କରୁଁ ନ୍ୟୂନ ଯେ ଜଗିପାରେ ନାହିଁ ସୀମା ତାକୁ କରି ନ ହୁଏ କ୍ଷମା ସେ ହୁଏ ନିଜର ସ୍ତାବକ ଅଥବା ମତ ପ୍ରଚାରକ ଜାରି କରେ ସେ ନିଷେଧାଜ୍ଞା ମିଳିଲେ ସର୍ବଦା ଅବଜ୍ଞା ହୁଏ ସ୍ବତଃ ସେ ବିଚଳିତ ମୂଲ୍ୟହୀନ ତା ମତାମତ ସଂକଳ୍ପବଦ୍ଧ ଜଣେ ବ୍ୟକ୍ତି ନିଜର ଅଂତର୍ଗତ ଶକ୍ତି ବଳରେ କରିଯାଏ କାମ ତାହା ହିଁ ବୌଦ୍ଧିକ ସଂଗ୍ରାମ ଆମ ମଧ୍ୟରୁ ହୋଇ ଜଣେ ଯିଏ ଆମକୁ ତୁଚ୍ଛ ମଣେ ତାହାକୁ କରିଲେ ଉପେକ୍ଷା ହୁଏତ ପାଏ କିଛି ଶିକ୍ଷା ଏତେ ନିଷେଧ ନିବାରଣ ଯେ କରେ ନିତି ଅକାରଣ ତାହାର ସଂଗ ଦେଲେ ଛାଡ଼ି କିଛି ବି ଯାଏନି ବିଗିଡ଼ି ଗୋଷ୍ଠୀରେ ରହି ସୁଦ୍ଧା ଯିଏ ଜାଣେନା ଏଠି କ'ଣ କିଏ ସେ କରୁ ଯାହା ଇଚ୍ଛା ତାହା ନ କରୁ ସ୍ବଭାଷାକୁ ସ୍ବାହା ଏତିକି କରୁଛିଁ ମାଗୁଣି ସରସ୍ବତୀଂକୁ ଏବେ ପୁଣି ଦିଅଂତୁ ତାହାକୁ ସଦ୍‌ବୁଦ୍ଧି ନ ହେଉ ସ୍ବଭାଷା ବିରୋଧୀ

What's Your Reaction?

like

dislike

love

funny

angry

sad

wow