ଘରେ ଏକାକୀ

ଝିଟିପିଟି ଜଗିଛି ଘର କାଂଥସାରା ଖୋଜେ ଆହାର ପାଇଗଲେ ନିରୀହ ପୋକ ମାରେ ତାର ନିଲଜ ଭୋକ ଟିଭି କହେ ଯେତେ ଖବର ମୋଟେ ନୁହେ ବେଦର ଗାର ପରସ୍ପର ସହ ବିବାଦ ଆଜିକାଲି ମୁଖ୍ୟ ସଂବାଦ ଏ ସବୁରେ ନାହିଁ ମୋ ରୁଚି ଖାଇ ପିଇ କେବଳ ବଂଚି ରହିଅଛିଁ ଏ ଘରେ ଏକା ମନେ ନାହିଁ ସଂଦେହ ଶଂକା ମିଳୁଅଛି ଯେତିକି ବେଳ ଶବ୍ଦ ସହ ଖେଳୁଛିଁ ଖେଳ ମୁଁ ଖେଳାଳି ମୁହିଁ ଦର୍ଶକ ସବୁ ଲାଗେ ଚିତ୍ତାକର୍ଷକ ଶବ୍ଦମାଳା ରଖୁଛିଁ ଗୁଂଥି ଯାଉଅଛି ସମୟ ବିତି ସାରୁଥାଏଁ ସମଗ୍ର ଦିନ ନିଜ ମଧ୍ୟେ ହୋଇ ବିଲୀନ ଭିନ୍ନ କିଛି ପାରୁନି ଭାବି କରୁନାହିଁ କୌଣସି ଦାବି ସ୍ବଭାଷାର ମହତ୍ତ୍ବ ରକ୍ଷା ହୋଇଛି ମୋ ଜୀବନ ଦୀକ୍ଷା ଚିତ୍ର ପାଠ ସହ କେବଳ କାଟୁଅଛିଁ ଏଠାରେ କାଳ ଜୀବଧାରୀ ଜଣେ ବି ନାହିଁ ନିଜ ଛଡ଼ା ଅପର କେହି ନାମ ଛବି ଭରା ସମାଜ ହେଲାଣି ମୁଁ ଦେଖୁଛିଁ ଆଜ ନାହିଁ ରକ୍ତ ରସ ପବନ ବୃଥା ସବୁ ଅନୁସଂଧାନ ଜୀବହୀନ ସହିତ ବାସ କରି ପାଉନାହିଁ ଉଲ୍ଲାସ ଜଣେ ସୁଦ୍ଧା ସତ ମଣିଷ ଆସେନାହିଁ ମୋହର ପାଶ ଛାୟାଲୋକ ଧ୍ବନି ଖେଳ ଦେଖି ଶୁଣି ସାରୁଛିଁ ବେଳ ପୃଷ୍ଠା ଆଉ ପରଦା ଚିତ୍ର ଦିଅଂତିନି ଜୀବନ ସୂତ୍ର

What's Your Reaction?

like

dislike

love

funny

angry

sad

wow