ବାପା ବିନା
ତୁମରି ଆଦର ତୁମରି ସ୍ନେହର
ତୁମରି ପ୍ରେମର ତୁମରି ଶ୍ରଦ୍ଧାର
କଳନା ନାହିଁ କଳନା ନାହିଁ।କଳନା,,,,,,,,,,,।
ଆଶାବିଶ୍ବାସର ଅଭୟ ପ୍ରାଚୀର
ତୁମରି ସେବାର ତୁମ ମମତାର
ଛଳନା ନାହିଁ ଛଳନା ନାହିଁ।ଛଳନା,,,,,,,,।
ପାଷାଣ ମୂରତି ନରମ ତା ଛାତି
ତାହାରି କୋଳରେ ମୋର ଚିରଶାନ୍ତି
ତାହାରି ପ୍ରେମର ତାହାରି ଦାନର
ତୁଳନା ନାହିଁ ତୁଳନା ନାହିଁ।ତୁଳନା,,,,,,,,।
ତା ପାଦେ ସରଗ ତା ହାତେ ମୋ ଭାଗ୍ୟ
ତାହାର କରୁଣା ତାର ଅନୁରାଗ
ସେ ଥିଲେ ପାଖରେ ମନରେ ପ୍ରାଣରେ
ଦରଦ ନାହିଁ ଦରଦ ନାହିଁ।ଦରଦ,,,,,,,,,।